ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ଫରେଷ୍ଟ ସେକ୍ସନର ଜଡ଼ିପଦା ନିକଟରେ ଶନିବାର ରାତି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ରାତି କାଳମାଟି-ବସନ୍ତପୁର ରାସ୍ତାର ଜଡିପଦା(ପ୍ରୋ ମିନେରାଲ ଛକ) ପାଖ ରାସ୍ତା କଡ଼ରେ ଜୁରୁଡ଼ି ଠାରୁ କାଇଯୋଡ଼ା ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀଟି ପ୍ରାଣ ହରାଇଥିବା ବେଳେ ରବିବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ହାତୀର ଶରୀରରେ ବିଦ୍ୟୁତ୍ ତାର ଗୁଡେଇ ହୋଇରହିଥିଲା । ସକାଳୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ଜଣାଇ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଇଥିଲେ ।

jittmm
Leave A Reply

Your email address will not be published.