ହାତୀ ଆକ୍ରମଣରେ ଯୁବକ ମୃତ

ହେମଗିର : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଚକ୍ରଧରପୁରରେ ଏକ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଦେବବାହାଲ ଗ୍ରାମର ଦୁଖିରାମ ଚୌହାନ(୩୨) । ସୂଚନା ଅନୁଯାୟୀ, ଜଙ୍ଗଲକୁ ଯାଉଥିବା ବେଳେ ସେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଦଳିଦେବାରୁ ଦୁଖିରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ହେମଗିର ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

Leave A Reply

Your email address will not be published.