ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲା ଧର୍ମଗଡ ସହରରେ ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ରିତେନ୍ଦ୍ରଙ୍କ ଘର ବନ୍ଧ ହୁଡ଼ା ନିକଟରେ । ତାଙ୍କ ଛୋଟ ପୁଅ ବାହାରେ ଖେଳୁ ଖେଳୁ ପୋଖରୀ ମଧ୍ୟକୁ ଚାଲିଯାଇ ବୁଡିଯାଇ ଥିବା ସନ୍ଦେହ କରାଯାଉଛି । ଘର ଲୋକ ଖୋଜାଖୋଜି ସମୟରେ ମୃତଦେହ ପୋଖରୀରେ ଭାସୁଥିବା ଦେଖିବା ପରେ ଶିଶୁକୁ ଉଦ୍ଧାର କରାଯାଇଛି ।
Prev Post
Next Post