ବାଇକରୁ ପଡ଼ି ଯୁବକ ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରୁ ବଡ଼ ପୋଡ଼ାଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ବାଞ୍ଜି ବାହାଲ ନିକଟରେ ଗତକାଲି ରାତିରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ଶବ ଚାଷ ଜମିରେ ପଡ଼ିରହିଥିବା ବେଳେ ନିକଟରେ ଏକ ବାଇକ ମଧ୍ୟ ରହିଛି । ମୃତ ଯୁବକ ଜଣକ ହେଲେ ଆମପାଣି ପଞ୍ଚାୟତ ଡୁମେର ବାହାଲ ଗ୍ରାମର ଭାସ୍କର ମାଝୀ । ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ଆମପାଣି ପୋଲିସକୁ ଖବର ଦେଇଥିଲେ, ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.