ପୋଖରୀ ସଫା କରିବା ହେଲା କାଳ : ଯୁବକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ପୋଖରୀ ସଫା କରିବା ହେଲା କାଳ । ଏହି ପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପୋଲସାଗୋରା ଗ୍ରାମରେ । ଗ୍ରାମର ପୋଖରୀ ସଫା କରୁଥିବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ପଲସାଗୋରା ପୋଖରୀ ବହୁ ଦିନ ହେବ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିଲା । ପଲସାଗୋରା ଅଞ୍ଚଳର କିଛି ଯୁବକ ମିଶି ପୋଖରୀକୁ ସଫା କରିବାକୁ ଯାଇଥିଲେ । ପୋଖରୀ ସଫା କରୁଥିବା ସମୟରେ ହଠାତ୍ ସୁଶାନ୍ତ ସେଠାରେ ବୁଡି ଯାଇଥିଲେ । ସେଠାରେ ଥିବା ଲୋକେ ସୁଶାନ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.