
ବୀରମହାରାଜପୁର : ବୀରମହାରାଜପୁର ଥାନା ଜଡାପାଲରେ ସାପ କାମୁଡାରେ ସୁଶାନ୍ତ ପଧାନ(୨୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେ ଘର ଅଗଣାରେ ବସିଥିବା ବେଳେ ତାଙ୍କ ଉପରେ ଏକ ଚିତି ସାପ ପଡି ତାଙ୍କ କାନ୍ଧକୁ କାମୁଡି ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।