ନ୍ୟୁଜିଲାଣ୍ଡ ତଟରେ ୫ଶହ ମୃତ ତିମି

ବେଲିଂଟନ୍‌ : ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ୱାଟରରେ ହ୍ୱେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା କରିଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ସମୁଦ୍ର ତଟରୁ ୨୫୦ ହ୍ୱେଲ୍‌ଙ୍କ ମୃତଦେହ ମିଳିଥିବା ବେଳେ ସୋମବାର ସମାନ ସ୍ଥାନରେ ଆଉ ୨୪୦ଟି ବିଶାଳ ହ୍ୱେଲ୍‌ଙ୍କ ମରଶରୀର ମିଳିଥିଲା । ହ୍ୱେଲମାନଙ୍କ ଜୀବନ ପ୍ରତି ବିଦପ ଆଶଙ୍କା କରି ରେସ୍କ୍ୟୁ ଅପରେସନ୍‌ ଲଞ୍ଚ କରାଯାଇଛି । ସାର୍କମାନଙ୍କ ଆକ୍ରମଣ ଭୟ ଉଭୟ ମନୁଷ୍ୟ ଓ ହ୍ୱେଲ୍‌ଠାରେ ରହିଥିବା ବେଳେ ସ୍ୱତନ୍ତ୍ର ଟ୍ରେନରଙ୍କ ଦ୍ୱାରା ଏମାନଙ୍କ ହତ୍ୟା କରାଯାଉଥିବା ସରକାରୀ ଟେକ୍‌ନିକାଲ ମେରାଇନ୍‌ ଆଡ୍‌ଭାଇଜର ଡେଭ୍‌ ଲଣ୍ଡକ୍ୱିଷ୍ଟ୍‌ କହିଛନ୍ତି ।

Leave A Reply

Your email address will not be published.