oom

ଅଭିଷେକ ବେହୁରିଆ ହେଲେ ମିଷ୍ଟର ରାଉରକେଲା ୨୦୨୨

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ ହେବାର ଗୌରବ ହାସଲ କରିଛନ୍ତି । ଗଣେଶ ବି ଜିମ୍ ଆୟୋଜିତ ଓ ରାଉରକେଲା ଫିଜିକ୍ କଲଚର ଆସୋସିଏସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସପିର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ବିଚାରକ ଡ. ହରମୋହନ ମଲ୍ଲିକ, ଅରୁଣ ପ୍ରଧାନ, ଆଇନଜୀବୀ ବିଜୟ କୁମାର ଦାସ, ନିହାର ସାମଲ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ମୂଲ୍ୟାୟନ କରିଥିବା ବେଳେ ଓଡିଶା ବଡି ବିଲଡିଂ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ଶ୍ରୀ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ର ବିଜେତା ହେବାସହ ଟ୍ରଫି ଓ ନଗଦ ଅର୍ଥ ତଥା ଜିତେନ୍ଦ୍ର ଗୁପ୍ତା ମେନସ୍ ଫିଜିକ୍‌ରେ ବିଜେତା ହୋଇ ଟ୍ରଫି ସହ ନଗଦ ଅର୍ଥ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟେଜ ମାର୍ଶଲ ରାକେଶ ସିଂହ ଓ ସନ୍ତୋଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.