ଗତକାଲି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ଵର : ଗତକାଲି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି ମୌସୁମୀ । ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରରେ ୮.୭, ଫୁଲବାଣୀରେ ୭.୬, ଚାନ୍ଦବାଲିରେ ୪.୮ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ଏହି ସବୁ ଜିଲ୍ଲା ଓ କେତେକ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠାରୁ ୧୨ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଏହିଭଳି ଭାବରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.