ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି କିଷାନ ସେଲର ନୂତନ ଜିଲ୍ଲା ସଭାପତି ଭାବରେ ବରପାଲି ମାଟିର ଯୁବ ଟାଣୁଆ ନେତା ସୁରେନ୍ଦ୍ର ପାତ୍ରଙ୍କୁ ମିଳିଲା ଦାୟିତ୍ଵ । ଏଥିପାଇଁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀ, ଜିଲ୍ଲାର ଟାଣୁଆ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଅରୂପା ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଜିଲ୍ଲାର ଚାଷୀ କିଭଳି ଆହୁରି ଲାଭଵାନ ହେବେ ସେ ଦିଗରେ କାର୍ଯ୍ୟ କରିବା ସହ ଆଗାମୀ ଦିନରେ ଜିଲ୍ଲାର କୃଷକମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।