oom

ବୁଥ ସ୍ତରୀୟ ଅଧିକାରୀ ଓ ବୁଥ ସ୍ତରୀୟ ସୁପର ଭାଇଜର ତାଲିମ ପାଇଁ ମୟୁରଭଞ୍ଜରୁ ୯ଜଣ ମନୋନୀତ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ସି ଇ ଓ, ଓଡିଶା, ନୂଆଦିଲ୍ଲୀର ଆଇ ଆଇ ଆଇ ଡି ଇ ଏମ ଠାରେ ତାଲିମ ନିମନ୍ତେ ଓଡିଶାର ବିଭିନ୍ନ ୫୦ଟି ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ବୁଥ ସ୍ତରୀୟ ଅଧିକାରୀ/ ବୁଥ ସ୍ତରୀୟ ସୁପରଭାଇଜରଙ୍କୁ ପ୍ରଥମ ବ୍ୟାଚରେ ମନୋନୀତ କରିଛନ୍ତି । ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲାରୁ ସମୁଦାୟ ୯ ଜଣ ଅଧିକାରୀ ଉକ୍ତ ତାଲିମ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବୁଥ ସୁପର ଭାଇଜର ବୀରେନ୍ଦ୍ର କୁମାର ବାରିକ (ଯଶିପୁର ଏସି), ରସାନନ୍ଦ ବେହେରା (ସକ୍ଷରସକଣା ଏସି), ନିରଞ୍ଜନ ଗୋପ (ରାଇରଙ୍ଗପୁର ଏସି), ବିଶ୍ୱଜିତ ମହାନ୍ତି(ବାଙ୍ଗରିପୋଷୀ ଏସି), ରଜତ କୁମାର ମହାପାତ୍ର (ଉଦଳା ଏସି), ସନ୍ତୋଷ କୁମାର ବେହେରା (ବଡ଼ସାହି ଏସି), ସିଦ୍ଧେଶ୍ୱର ମିଶ୍ର (ବାରିପଦା ଏସି), ପ୍ରସନ୍ନ କୁମାର ମହାନ୍ତ (ମୋରଡା ଏସି) ଓ ବୁଥ ସ୍ତରୀୟ ଅଧିକାରୀ ମହମ୍ମଦ ଇମାଦ ହସେନ (କରଞ୍ଜିଆ ଏସି )। ପ୍ରଥମ ବ୍ୟାଚ ତାଲିମ ପାଇଁ ମନୋନୀତ ହୋଇଥିବା ଜିଲ୍ଲାର ଏହି ୯ ଜଣ ଅଧିକାରୀମାନେ ୨ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।

jittmm
Leave A Reply

Your email address will not be published.