
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଯୁବପିଢ଼ିଙ୍କ ପାଇଁ ବଡ଼ ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହୁରି କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ଏକ ବର୍ଷ ଭିତରେ ସ୍ୱଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ଆମେ ତତ୍କ୍ଷଣାତ ୧୩ ଲକ୍ଷ କୋଟିର ଏମ୍ଓୟୁ ସ୍ୱାକ୍ଷର କରିଛୁ ବୋଲି କହିଛନ୍ତି ।