centurian jitm

ମୋଦୀ ସବୁଠୁ ଭଲ ନେତା : କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

nschool

ନୂଆଦିଲ୍ଲୀ : ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ‘ଏକ୍ସ୍‌’ କରି ମେରି ମିଲ୍‌ବେନ୍‌ କହିଛନ୍ତି, ଆଜି ଭାରତରେ ବାହାରି ଥିବା ନିର୍ବାଚନ ଫଳାଫଳରେ ‘ବିଜେପି’ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିଛି । ଏହା ହେଉଛି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପୁଳ ବିଜୟର ପ୍ରାକ୍‌-ସୂଚନା । ସେ ଆହୁରି ମଧ୍ୟ କହିଛନ୍ତି, ସେ ହେଉଛନ୍ତି, ‘ଇଣ୍ଡିଆ ଫାଷ୍ଟ୍‌’ ପ୍ରାର୍ଥୀ ଓ ଆମେରିକା-ଭାରତ ସମ୍ପର୍କ ନିମନ୍ତେ ସର୍ବୋତ୍ତମ ନେତା । ଏହା ଆଗରୁ ସେପ୍ଟେମ୍ବର ୭ ତାରିଖରେ ‘ଜି୨୦’ରେ ଆଫ୍ରିକୀୟ ୟୁନିୟନ୍‌କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ଦେଇଥିବାରୁ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଏହି ପ୍ରସ୍ତାବକୁ ଆମେରିକା ସମର୍ଥନ କରିଥିଲା ସୂଚନାଯୋଗ୍ୟ, ୪୧ ବର୍ଷୀୟ ମିଲ୍‌ବେନ୍‌ ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ ଓ ଭଜନ ‘ଓଁ ଜୟ ଜଗଦୀଶ ହରେ’ ଗାୟନ କରି ଭାରତରେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Leave A Reply

Your email address will not be published.