ଲଣ୍ଡନ : ଆମେରିକା ବୁଧବାର ଦିନ ଭାରତର ନେତୃତ୍ୱାଧୀନ ଆନ୍ତର୍ଜାତୀୟ ସୌର ଆଲାଇନ୍ସ ମିଳିତ ମଞ୍ଚ(ଆଇଏସ୍ଏ)ରେ ୧୦୧ତମ ସଦସ୍ୟ ଦେଶ ଭାବରେ ଯୋଗ ଦେଇଛି । ଜଳବାୟୁ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରି ଆଇଏସ୍ଏ ପାଇଁ ଏକ ରୂପରେଖରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଆମେରିକାର ସଦସ୍ୟତାକୁ ସୌର ଶକ୍ତିର ଦୃତ ଗତିରେ ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଆନ୍ତର୍ଜାତୀୟ ସୌର ଆଲାଇନ୍ସ (ଆଇଏସ୍ଏ)ରେ ଯୋଗଦାନକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଏକ ଚିରସ୍ଥାୟୀ ଗ୍ରହ ପାଇଁ ସୌର ଶକ୍ତି ବ୍ୟବହାର କରିବା ପାଇଁ ମିଳିତ ସହଯୋଗର ସହଭାଗିତାକୁ ଆହୁରି ଦୃଢ଼ କରିବ ।