oom

ଗଞ୍ଜାମ ବ୍ଲକରେ ବିକାଶର ମଡେଲ ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲା ଟିମ୍‌

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ବିକାଶ ମୂଳକ ପ୍ରକଳ୍ପଗୁଡିକ ଆକର୍ଷଣୀୟ ହୋଇପାରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାକୁ ବିଭିନ୍ନ ଜିଲ୍ଲାରୁ ପ୍ରସାଶନିକ ଅଧିକାରୀମାନେ ପରିଦର୍ଶନରେ ଆସି ଅନୁଧ୍ୟାନ କରୁଥିବା ଲକ୍ଷ କାରାଯାଉଛି । ଗତକାଲି ନୟାଗଡ଼ ଜିଲ୍ଲା ପ୍ରକଳ୍ପ ଅଧିକାରୀ(ପିଡି) ସୁବାସ ଚନ୍ଦ୍ର ରଏଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକର ୮ ଜଣ ବିଡ଼ିଓ ଓ ୮ ଜଣ ଏ.ଇ ଓ କନିଷ୍ଟ ଯନ୍ତ୍ରୀଙ୍କୁ ନେଇ ଏକ ୨୩ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ବିଭିନ୍ନ ବିକାଶ ମୂଳକ ମଡେଲଗୁଡିକ ଯଥା କଲ୍ୟାଣ ମଣ୍ଡପ, ଶିଶୁ ଉଦ୍ୟାନ, ଆଦର୍ଶ ପୁଷ୍କରିଣୀ, ଖୋଲା ଜିମ୍‌ ସେଣ୍ଟର, ସ୍ମାର୍ଟ ପାର୍କ ଓ ମନ୍ଦିରର ଆକର୍ଷଣୀୟ ସୁନ୍ଦର ପ୍ରକଳ୍ପ ଗୁଡିକର ନିର୍ମାଣ ଶୈଳୀ ଅନୁଧ୍ୟାନ କରିଥିଲେ । ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ ପ୍ରମୁଖଙ୍କ ସହ ପ୍ରକଳ୍ପଗୁଡିକ ସମ୍ଭନ୍ଧରେ ଆଲୋଚନା କରିଥିଲେ । ପ୍ରକଳ୍ପଗୁଡିକ ଅତି କମ ଅର୍ଥରେ ଉଚ୍ଚ ମାନର ହୋଇଥିବାରୁ ଗଞ୍ଜାମ ଗୋଷ୍ଟୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଓ ମନ୍ଦିର ପରିଚାଳନା କମିଟିକୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ହୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ, ଶତୃସୋଲ କୁକୁଡ଼ା ଫାର୍ମ, ପାଣିବନ୍ଧ ମିଶନଶକ୍ତି ଗୃହ, ଜିମ୍‌ ସେଣ୍ଟର ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡିକ ଅନୁଧ୍ୟାନ କରିଥିଲେ । ପିଇଓ ଦିଲିପ ନାୟକ, ଜିଆରଏସ୍‌ ଜଗମୋହନ ବେହେରା, ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, ଶିବପ୍ରସାଦ ସ୍ବାଇଁ, ପବିତ୍ର ସ୍ବାଇଁ, ଶିକ୍ଷକ ବିରେନ ପ୍ରଧାନ, ରଘୁନାଥ ସାହୁ, ସଞ୍ଜୟ ତରାଇ, ତ୍ରିଲୋଚନ ପ୍ରଧାନ, ନିରାକାର ଜେନା, ଅଜୟ ପ୍ରଧାନ, ପଦ୍ମ ଚରଣ ପଲାଇ, କିଶୋର ପ୍ରଧାନ, ସୀମା ବାରିକ ପ୍ରମୁଖ ଉପସ୍ଥିତ ରହି ନୟାଗଡ଼ ଜିଲ୍ଲାରୁ ଆସିଥିବା ବିଡ଼ିଓ ଏବଂ ଇଞ୍ଜିନିୟର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.