
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ କଡା ପେଟ୍ରୋଲିଂ କରାଯାଉଥିବାର ଦେଖିବାକୁ ମିଳୁଛି । ତେବେ ଗତକାଲି ମୋବାଇଲ ଚୋରଙ୍କୁ କାବୁ କରିବାରେ ସଫଳତା ହାସଲ କରିଛି ସଇଁନ୍ତଲା ପୁଲିସ । ସୂଚନା ଅନୁସାରେ ପୁଲିସ ସାପ୍ତାହିକ ବଜାରରେ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଡାକ ବଙ୍ଗଳାରେ ଥିବା ଆଦିତ୍ୟ ମୋବାଇଲ ଦୋକାନରେ ଏକ ଚୋରି ମୋବାଇଲ ବିକ୍ରି କରୁଥିଲେ ୪ ଜଣ ଯୁବକ ଅରବିନ୍ଦ ଶବର, ମିଳୁ ଯାନୀ, ଶୀତଳ ଗଉଡ଼ ଏବଂ କୌତୁକ ସାହୁ । ତେବେ ଘଟଣାସ୍ଥଳରେ ଅଚାନକ୍ ପୁଲିସକୁ ଦେଖି ଯୁବକମାନେ ଫେରାର୍ ହୋଇ ଯାଇଉଥିବା ବେଳେ ସନ୍ଦେହରେ ପୁଲିସ ପିଛା କରିବାରୁ ଯୁବକମାନଙ୍କୁ କେରମେଲି ଛକ ଠାରେ କାବୁ କରିବାରେ ସଫଳ ହୋଇଥିଲା । ଏମାନଙ୍କୁ ପଚରାଉଚରା କରିବା ପରେ ବିଭିନ୍ନ ଦୋକାନରେ ଚୋରି ମୋବାଇଲ ବିକ୍ରି କରୁଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ଏମାନଙ୍କୁ ପୁଲିସ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।