jayashree

ଦେଓଗାଁ ବ୍ଲକ ‘ମୋ ସରକାର’ କକ୍ଷ ପାଲଟିଛି ଗୋଦାମ ଘର : ବନ୍ଦ ରହୁଛି ଅଭିଯୋଗ କକ୍ଷ, ଅସନ୍ତୋଷ ସହ ଫେରୁଛନ୍ତି ଅଭିଯୋଗକାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ସୁବିଧା ସୁଯୋଗ ତଳସ୍ତରକୁ ପହଞ୍ଚାଇବା, ତଦାରଖ କରିବା ଓ ସମସ୍ତଙ୍କ ସହ ସିଧାସଳଖ ସରକାର ସମ୍ପର୍କ ରଖିବାକୁ ଆୟୋଜନ କରାଯାଇଛି । ମୋ ସରକାର କାର୍ୟ୍ୟକ୍ରମ ଯେକୌଣସି ବ୍ୟକ୍ତି କୌଣସି କାମରେ ବ୍ଲକ୍ ଅଫିସକୁ ଆସିଲେ ତାଙ୍କ ଅସୁବିଧା ବିଷୟରେ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ବ୍ଲକ ଅଫିସ ପରିସରରେ ମୋ ସରକାର ଅଫିସ ଖୋଲାଯାଇଛି । ହେଲେ ଦେଓଗାଁ ବ୍ଲକ୍‌ରେ ଏହି ଅଫିସ ପରିଚାଳନା ନେଇ ବର୍ତ୍ତମାନ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ପରିଚାଳିତ ଅଫିସ ମାତ୍ର କିଛି ଦିନ ପରେ ଓଲଟପାଲଟ ହୋଇଯାଇଛି । ପ୍ରଥମେ ଅଫିସରେ ଜଣେ କର୍ମଚାରୀ ନିୟମିତ ଭାବେ ବସୁଥିଲେ । ଲୋକଙ୍କ ସମସ୍ୟା ପଞ୍ଜିକରଣ କରୁଥିଲେ । କିଛି ଦିନ ପରେ ପଞ୍ଜିକରଣ ପାଇଁ ବସୁଥିବା କର୍ମଚାରୀ ଆସିଲେ ନାହିଁ । ସେହିଦିନଠାରୁ ମୋ ସରକାର କୋଠାରେ ତାଲା ଝୁଲୁଛି । ଏବେ ସେହି କୋଠରି ଆଗରେ ସାଇନବୋର୍ଡ଼ ଲାଗିଥିଲେ ମଧ୍ୟ ଗୋଦାମ ଘର ଭାବେ ବ୍ୟବହାର କରାଯାଉଛି । ଆବାସ ଯୋଜନାରେ ତିଆରି କରାଯାଇଥିବା ଘରେ ସରକାରଙ୍କ ପ୍ରଚାର ପାଇଁ ଆସିଥିବା ସୂଚନା ଫଳକକୁ ଭଦ୍ଧି କରାଯାଇଛି । ମୋ ସରକାର ଅଫିସ ଘରକୁ ଗୋଦାମ ଘର ଭାବେ ବ୍ୟବହାର କରିବାରୁ ସରକାରଙ୍କ କେତେ ଆନ୍ତରିକତା ଅଛି ତାହା ସହଜେ ଅନୁମେୟ ।

Leave A Reply

Your email address will not be published.