oom

ସହିଦ ଯବାନଙ୍କୁ ଉଚିତ ସମ୍ମାନ ପ୍ରଦାନ ପାଇଁ ”ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଆଜି ପୂର୍ବାହ୍ନ ସାଢେ଼ ନ’ଟା ସମୟରେ ବଲାଙ୍ଗିର ସାର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସହିଦ ଯବାନଙ୍କୁ ଉଚିତ ସମ୍ମାନ ପ୍ରଦାନ ପାଇଁ ”ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଜାରି ରହିଥିବା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶର ଏକତା, ଅଖଣ୍ଡତା ପାଇଁ ଶହୀଦ ଯବାନମାନେ ଦେଶ ଲାଗି ପ୍ରାଣବଳି ଦେଇଛନ୍ତି । ଏହା ସହିତ ପାକିସ୍ତାନ, ବଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କ ଶ୍ରୁତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ କ୍ରମେ ଯବାନମାନଙ୍କୁ ମନେ ରଖିବା ପାଇଁ ଦେଶର ଗାଁ ଗାଁରୁ ମାଟି ସଂଗ୍ରହ କରାଯାଉଛି । ଏହି ମାଟି ଦ୍ୱାରା ଦିଲ୍ଲୀରେ ଶହୀଦ ଯବାନଙ୍କ ପାଇଁ ଏକ ବଡ଼ ସ୍ମାରକୀ ହେବ ବୋଲି ସଭାପତି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ରାଜ୍ୟରେ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡ଼ି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଯୁବନେତା ଗୋପାଳଜୀ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ବିଶ୍ୱାଳ ଓ ବଲାଙ୍ଗିର ଜିଲ୍ଲା ସଂଯୋଜକ ଦିନେଶ ଶର୍ମା ମଂଚାସୀନ ଥିଲେ ।

jittmm
Leave A Reply

Your email address will not be published.