ଏମ୍‌କେସିଜି ସୁପରସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏମ୍‌କେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ସିଲିଂ ଜିପସମ୍‍ ଖସିଥିବା ଜଣାପଡିଛି । ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି । ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ରୋଗୀ ନ ଥିଲେ ।

Leave A Reply

Your email address will not be published.