
ଭୁବନେଶ୍ୱର : ମିଠା ପ୍ୟାକଟରେ ଗୋ ମାଂସ ଭରି ହେଉଥିଲା ଚାଲାଣ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଖରେ । ଖବରପାଇ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଏକ ୧୨ଚକିଆ କଣ୍ଟେନରରେ ଗୋ ମାଂସ କୋଲକତାରୁ ଚେନ୍ନାଇ ଚାଲାଣ ହେଉଥିବା ଜଣାପଡ଼ିଛି।