oom

ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ୍‌ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପରେ ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ ପକ୍ଷରୁ ସମ୍ପାଦକ ତପନ କୁମାର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ମିଟର ରିଡରମାନଙ୍କର ବିଭିନ୍ନ ସମସ୍ୟା ସଂର୍ପକରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଦସ୍ୟମାନେ ସେମାନଙ୍କୁ ସର୍ବନିମ୍ନ ମଜୁରୀ, ଇପିପେ, ଇଏସ୍‌ଆଇ, ବୋନସ୍‌, ନିଯୁକ୍ତି ପତ୍ର, ପରିଚୟ ପତ୍ର, ଆଦି ମିଳୁ ନଥିବା ସଂର୍ପକରେ ବକ୍ତବ୍ୟ ରହିଥିଲେ । ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ଲାଗି ଉପସ୍ଥିତ ସଦସ୍ୟମାନେ ସଂଘ ନିକଟରେ ଦାବୀ କରିଥିଲେ । ସାଧାରଣ ସମ୍ପାଦକ ଉକ୍ତ ଘଟଣା ଉପରେ ବିଶଦ ଆଲୋଚନା ସହ ମିଟର ରିଡରମାନଙ୍କର ବକେୟା ପ୍ରାପ୍ୟ ସହ ଅନ୍ୟାନ୍ୟ ଅସୁବିଧା ଗୁଡିକୁ କିପରି ତୁରନ୍ତ ସମାଧାନ କରିବେ ତାହା ଉପରେ ଉପସ୍ଥିତ ସଭ୍ୟମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ସଭାରେ ବରଗଡ ଜିଲ୍ଲାରୁ ଚାଳିଶରୁ ଉର୍ଦ୍ଧ୍ବ ନୂତନ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ ସଭାରେ ସଂଘର ବରୁଣ ସାହୁ, ରଜନୀକାନ୍ତ ସାହୁ, ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ, ସମୀର ସେଠ, ସୁରଜ ମିଶ୍ର, ଜୟନ୍ତ କୁମାର ପଣ୍ତା, ଜିତେନ୍ଦ୍ର ପଣ୍ତା, ରମେଶ ମାଝୀ, ଚୈତନ୍ୟ ଶାହା, ପ୍ରଶାନ୍ତ ବାଗ, ଦେବାନନ୍ଦ ସାହୁ, ତୁଫାନ ସିଂ ବରିହା, ଆଜାଦ ସାହୁ, ଶେଷ ଦେବ ସାହୁ, ଜୟନ୍ତ ସାହୁ, ଶେଷ ଦେବ ମିଶ୍ର, ରୋଶନ ଶାହା, ଦେବେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.