ସିନିୟର୍ ଫେଲୋସିପ୍‌ ପାଇଁ ମନୋନୀତ ହେଲେ ମିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ, ନୂଆଦିଲ୍ଲୀ ପକ୍ଷରୁ ସିନିୟର୍ ଫେଲୋସିପ୍‌ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ନିବାସୀ ପିତା ସ୍ୱର୍ଗତ ହରିଶ୍ଚନ୍ଦ୍ର ତିୱାରୀ ମାତା ରାଜକୁମାରୀ ତିୱାରୀଙ୍କ ସୁପୁତ୍ରୀ ସୁଶ୍ରୀ ମିତା ତିୱାରୀ ମନୋନୀତ ହୋଇଛନ୍ତି । ସୁଶ୍ରୀ ତିୱାରୀ ଲୋକନୃତ୍ୟ ଉପରେ ଗବେଷଣା କରିବେ । ମିତା ତିୱାରୀ ‘ଲୁ’ ନାଟ୍ୟ ଅନୁଷ୍ଠାନ ତରଫରୁ ଅନେକ ଲୋକନୃତ୍ୟ ପରିବେଷଣ କରି ନାଟକମାନଙ୍କରେ ଅଭିନୟ କରି ଜାତୀୟ ତଥା ରାଜ୍ୟସ୍ତରରେ ସୁନାମ ଅର୍ଜନ କରି ଆସିଛନ୍ତି । ଚଳିତ ବର୍ଷ ଲୋକ ନୃତ୍ୟରେ ସିନିୟର୍ ଫେଲୋସିପ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ବୋଡାସମ୍ବର ଅଞ୍ଚଳରେ କଳାକାର ଓ ସଂସ୍କୃତିପ୍ରେମୀଙ୍କ ପକ୍ଷରୁ ମିତା ତିୱାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.