oom

ଗଞ୍ଜାମ ବ୍ଲକ ବିଜେପିର ମିଶ୍ରଣ ପର୍ବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ଭାଜପା ଜିଲ୍ଲା ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ । ଏହି ଅବସରରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ତାଙ୍କ ସ୍ୱାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଜେଡି ନେତା କର୍ମୀମାନଙ୍କୁ ଦଳୀୟ ଟୋପି ଓ ଉପଢୌକନ ପରିଧ୍ୟାନ କରାଯାଇ ଭାଜପା ଦଳରେ ସାମିଲ କରାଯାଇଥିଲା । ଜିଲ୍ଲା ସଭାପତି ସରୋଜ ସାବତ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପଦ୍ମ ଚରଣ ସାହୁ, ଛତ୍ରପୁର ଓ ରମ୍ଭା ଏନଏସି ଅଧ୍ୟକ୍ଷା, ଆତ୍ମାର ଅଧ୍ୟକ୍ଷ ରଘୁନାଥ ସାହୁ , ରାଜ୍ୟ ଓବିଶି ମୋର୍ଚ୍ଚା କୋଶାଧ୍ୟକ୍ଷ ସନ୍ତୋଷ ମାହାପାତ୍ର , ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସ, ବାର ଆସୋସିଏସନ ସଭାପତି ପ୍ରଦୀପ କୁମାର ପାଢ଼ୀ, ହୁମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି କାନ୍ତାରୀ ଦଳାଇ, ପ୍ରମୁଖଙ୍କ ସହ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । କାଇଁଚପୁର ସରପଞ୍ଚ ଆର. ଚନ୍ଦାନା ରେଡି, ସମିତିସଭ୍ୟ ଜୟକୃଷ୍ଣ ରେଡି , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ୍ ଆର. ଭାଗିରଥି ରେଡି, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନ, ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ପ୍ରଧାନ, ସନ୍ତୋଷପୁର ସରପଞ୍ଚ କବିତା ସାହୁ, ସମିତିସଭ୍ୟା କବିତା ରେଡି, ମଲାଡ଼ ସରପଞ୍ଚ ମମତା ବେହେରା, ସମିତିସଭ୍ୟ ବିଷ୍ଣୁପ୍ରିୟା ମହାପାତ୍ର, ପାଲଙ୍ଗ ସରପଞ୍ଚ ରାଜଶ୍ରୀ ଗୌଡ଼, ଯୁବନେତା ଲିଙ୍ଗରାଜ ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟମାନେ ବିଭିନ୍ନ ଅଞ୍ଚଳରୁ ବିଜେପିରେ ସାମିଲ ହୋଇଥିଲେ । ପ୍ରଥମେ ସହରସ୍ଥିତ ତ୍ରିବେଣୀ ମଠ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମିଶ୍ରଣ ପର୍ବ ସଭା ସ୍ଥଳରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.