oom

ଗତିଶୀଳତା ସଶକ୍ତିକରଣର ପରିଭାଷା : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ରାଜ୍ୟ ମୁଖ୍ୟାଳୟରେ ରାଜ୍ୟର ମା ମାନଙ୍କ କାର୍ଯ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଏହି ଯୋଜନାରେ ଆଜି ୧୬୨ ଗୋଟି ସ୍କୁଟର ଜିଲ୍ଲାର ମିଶନ ଶକ୍ତି ଫେଡେରେସନ ଲିଡର ଓ ମିଶନ ଶକ୍ତି ସହାୟକ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିତରଣ କରିଛନ୍ତି । ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଓ ଇଲେକ୍ଟ୍ରି ସ୍କୁଟରର ପ୍ରୋତ୍ସାହନ ନିମନ୍ତେ ଇ-ସ୍କୁଟର ଚାର୍ଜିଂ ଷ୍ଟେସନର ଲୋକାର୍ପଣ ସୋନପୁର ବ୍ଲକ ଛକ ଠାରେ ମିଶନ ଶକ୍ତି କଫେ ପରିସରରେ ଉଦଘାଟନ ହୋଇଯାଇଛି । ଯାହାକି ବିଏଲଏଫ ମାଧ୍ୟମରେ ପରିଚାଳିତ ହେବା ସହିତ ନୂଆ ଆୟର ସ୍ରୋତ ହୋଇପାରିବ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏଲଡିଏମ, ଡିପିଏମ, ଡିପିସି ମିଶନ ଶକ୍ତି, ବ୍ୟାଙ୍କ ଅଧିକାରୀ, ମିଶନ ଶକ୍ତିର ମା ମାନେ, ବିଏଲଏଫ ସଦସ୍ୟା ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.