oom

ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

jsmm

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ । ଓଡ଼ିଶା ଜୀବିକା ମିଶନ ସିନାପାଲି ବ୍ଲକସ୍ତରୀୟ ଇସି ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ସିନାପାଲି ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରୁ ସମସ୍ତ ଇସି ମେମ୍ବର ଏକଜୁଟ ହୋଇ ଏକ ରାଲିରେ ବାହାରି ନାରାବାଜି ଦେବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସିନାପାଲି ବିଡ଼ିଓ କାର୍ମୀ ଓରାମଙ୍କ ଅନୁପସ୍ଥିତି ଯୋଗୁଁ ବଡ଼ବାବୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମକୁ ପ୍ରତ୍ୟାହାର କରିବା ସହ କାର୍ଯ୍ୟରତ ମହିଳା ଇସି କର୍ମୀମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍କୁଟି ଋଣ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ବାକି କିସ୍ତି ଗୁଡିକ ସମ୍ପର୍କରେ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି । ମିଶନ ଶକ୍ତି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଥିବା ଜିପିଏଲ୍‌ଏଫ୍‌ର ସମସ୍ତ ଅଡ଼ିଟକୁ ସମସ୍ତ ଇସି କର୍ମୀମାନେ ପୂର୍ଣ୍ଣମାତ୍ରାରେ ସହଯୋଗ ପାଇଁ ସହମତି ପ୍ରକାଶ କରି ସ୍ୱତନ୍ତ୍ର ଟିମ ଗଠନ କରାଯାଉ ବୋଲି ଦାବି କରିଛନ୍ତି । ଉକ୍ତ ଦାବିପତ୍ର ସିନାପାଲି ବିଡ଼ିଓଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ମିଶନ ଶକ୍ତି ବିଭାଗୀୟ ସଚିବଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିବା ଜଣାପଡିଛି । ଦାବିପତ୍ର ପ୍ରଦାନ ସମୟରେ ସିନାପାଲି ବ୍ଲକସ୍ତରୀୟ ଇସି ସଂଘ ପକ୍ଷରୁ ନଳିନୀ ବାଗ, ସୌଭାଗ୍ୟ ମାଝୀ, ଗୀତାଞ୍ଜଳି ସାହୁ, ଧନମତି ଘିଭେଲା, ଜୟନ୍ତୀ କଟା, ବନିତା ସା, କ୍ଷୀର ସା, ଦୀପ୍ତିମୟୀ ନାଏକ ପ୍ରମୁଖଙ୍କ ସମେତ ଶତାଧିକ ଇସି ମେମ୍ବର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.