ଡାଙ୍ଗବାହାଲରେ ବିଜେଡ଼ିର ମିଶ୍ରଣ ପର୍ବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶ ପ୍ରତି ଆକୃଷ୍ଟ ହୋଇ ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ରଖି ପାଟଣାଗଡ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରତିକାନ୍ତ ଭୋଇ, ନାଏବ ସରପଞ୍ଚ ଚନ୍ଦ୍ରକାନ୍ତ ବିଶ୍ୱାଳ ବିଜେପି ଛାଡି ବିଜେଡିରେ ବିଧାୟକ ଶ୍ରୀ ମେହେରଙ୍କ ଉପସ୍ଥିତରେ ଯୋଗଦାନ କଲେ । ସେଇ ପଞ୍ଚାୟତର ଯୁବନେତା ଆଲୋକ କୁମାର ପାଣିଗ୍ରାହୀଙ୍କ ମଧ୍ୟ ଘରବାହୁଡା ହେଲା । ପୂର୍ବରୁ ସେ ବିଜେଡି ବ୍ଲକ ସଭାପତି, ଯୁବ ମୋର୍ଚ୍ଚା ବ୍ଲକ ସଭାପତି ବିଜେଡିରେ ଥିଲେ । ତାଙ୍କ ସ୍ତ୍ରୀ ବିଜେଡିରୁ ୨୦୧୭ରେ ଜୋନ-୧୪ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲେ । କିଛି କାରଣ ବଶତଃ ୨୦୧୯ ନିର୍ବାଚନ ପରେ ବିଜେଡି ଛାଡି ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗଦେଇଥିଲେ । ବର୍ଷେ ପୂର୍ବରୁ ବିଜେପି ଛାଡି କିଛିଦିନର ନୀରବତା ପରେ ବିଜେଡିକୁ ଘର ବାହୁଡା ହୋଇଛି । ଏଇ ଯୋଗଦାନ ଶିବିରରେ ୫୦ଜଣ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ବିଧାୟକ ଶ୍ରୀ ମେହେର ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପଧାନ, ଗୋବିନ୍ଦ ମେହେର, ଅରକ୍ଷିତ ଡାନସେନା, ପବନ ବାରିକ, ବିଭୁତି ସାହୁ ଆଦି ଯୋଗଦେଇ ଥିଲେ ।

Leave A Reply

Your email address will not be published.