oom

ବଲାଙ୍ଗିରରେ ବିଜେଡି ମିଶ୍ରଣ ପର୍ବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର କଲେଜଛକ କଲ୍ୟାଣ ମଣ୍ଡପଠାରେ ବିଜେଡିର ବରିଷ୍ଠ ନେତା ତଥା ଷ୍ଟେଟ୍‌ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଷ୍ଟେଟ୍‌ ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ଲିକା ସାହୁ, ରାଜ୍ୟ ବିଜେଡି ସଂପାଦକ ପ୍ରଦ୍ୟୁତ କୁମାର ମିଶ୍ର, କାଉନ୍‌ସିଲର୍ ଶତ୍ରୁଘ୍ନ ବାଗ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଦନ୍ତା, ବରିଷ୍ଠ ବିଜେଡି ନେତା ପାଣ୍ଡବ ଚନ୍ଦ୍ର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ସଭାର ମୁଖ୍ୟ ଆୟୋଜକ ଆକାଶ ସାଗର ଓ ସହଯୋଗୀ ଈଶ୍ୱର ନନ୍ଦ ସମସ୍ତ ଯୁବକଙ୍କୁ ମିଶ୍ରଣ ପର୍ବରେ ସାମିଲ୍ ହୋଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ସହରର ରାକେଶ ପ୍ରଧାନ, ଅନୁକୂଳ କୁମ୍ଭାର, ଯତୀନ୍ଦ୍ର ଦୀପ, ମହେଶ ନାଗ, କୁନାଲ ସୋନି ଓ ଅନ୍ୟମାନେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବକୁ ବଲାଙ୍ଗିର ନଗର ବିଜେଡି ସଭାପତି ଶମ୍ଭୁ ନାଗ ପରିଚାଳନା କରିଥିଲେ ଓ ବିଜେଡିରେ ସାମିଲ ହୋଇଥିବା ଯୁବକଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.