
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଏକ ମାରାଥନ ମିଶ୍ରଣ ପର୍ବ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବରଗଡ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟଙ୍କ ଉପସ୍ଥିତରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କଟା ପ୍ରସାଦ ବାଜପେୟୀଙ୍କ ପୁତ୍ରବଧୁ ଶ୍ରୀମତୀ ନିତୁ ବାଜପେୟୀ, ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରକାଶ ନାୟକ, ମୋହନ ରଣା, ପାଇକମାଲ ବିଜେଡି ନେତା କଙ୍ଗାଲୁ ବରିହାଙ୍କ ସହିତ ୫୦ରୁ ଅଧିକ କାର୍ୟ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ମୁଖ୍ୟଅତିଥି ସାଂସଦ ଶ୍ରୀ ପୂଜାରୀ ସମସ୍ତଙ୍କୁ ଉପଢୌକନ ଓ ବିଜେପି ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ଆଜି ବିଜେପି ପକ୍ଷରୁ ସର୍ଗିବାହାଲ, ଜଗଦଲପୁର, କୁର୍ଲୁପାଲି, ଭଣ୍ତାରପୁରୀ, ଝାରବନ୍ଧ, ପାଇକମାଲ ଧର୍ମଶାଳା ଠାରେ ଜନ ସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ୟ୍ୟକ୍ରମ ମାନଙ୍କରେ ବିଜେପି ଜିଲ୍ଲା ସାଧାରଣ ସଂପାଦକସରୋଜ ପାଣିଗ୍ରାହୀ, ଉପ ସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି ଯୁବ ନେତା ପ୍ରୀତେଶ ବହିଦାର, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ମେହେର, ଯୁବନେତା ଅଶୋକ ମିଶ୍ର, ବରିଷ୍ଠ ଆଇନଜୀବୀ ରାଜକୁମାର ସାହୁ, ସୁଶାନ୍ତ ନାଗ, ଲଳିତ ଜଗତ ପ୍ରମୁଖ ଭୂମିକା ନେଇଥିଲେ ।
