ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପରିସରରେ ମିଶନ ଶକ୍ତିର ନୂତନ ଅଫିସ ଗୃହ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଆଗରେ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ମାନଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ମିଶନ ଶକ୍ତି ଏହାର ଏକ ଅଂଶ ବିଶେଷ ଅଟେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ କର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.