ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ମିନି ମାରାଥନ ଆୟୋଜିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଗୁରୁବାର ଏକ ମିନି ମାରାଥନ (ଗଣଦୌଡ଼) ଆୟୋଜିତ ହୋଇଯାଇଛି । ଏଥିରେ ୬ ବର୍ଷର କୁନି ଧାବକ ରୁଦ୍ରପ୍ରସାଦ ସେଠୀ ୧୭ କି.ମି. ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି । କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟରୁ ଏହି ମିନି ମାରାଥନ ଆରମ୍ଭହୋଇ ମାଲକାନଗିରି ବୁଟିଗୁଡା ବିଦ୍ୟାଳୟଠାରେ ଶେଷ ହୋଇଥିଲା । ଏଥିରେ ପ୍ରାୟ ୨ଶହ ମହିଳା ପୁରୁଷ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରୁଦ୍ର ସାମିଲ ହୋଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ରୁଦ୍ର ହେଉଛନ୍ତି ତ୍ରିଲୋଚନ ସେଠୀଙ୍କ ପୁଅ । ଦୌଡ଼ିବା ପ୍ରତି ରୁଚି ରଖିଥିବା ରୁଦ୍ର ୩ବର୍ଷ ବୟସରୁ ଏହି ଅଭ୍ୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.