jayashree

୮୫ବର୍ଷ ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିିଁ ବୃଦ୍ଧବୃଦ୍ଧାଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ବୁଢାବୁଢୀମାନଙ୍କୁ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଯୋଜନା ମାନ ପ୍ରଣୟଣ ହୋଇଛି । ହେଲେ ପ୍ରଶାସନ କେତେକଙ୍କ ନିକଟରେ ଶୀଘ୍ର ପହଞ୍ଚି ପାରୁଛି ତ କେତେକଙ୍କ ନିକଟରେ ୭୫/୮୦ ବର୍ଷ ବୟସ ହୋଇଗଲେ ମଧ୍ୟ ପହଞ୍ଚି ପାରୁନାହିଁ । ପଦ୍ମପୁର ନିକଟସ୍ଥ ବରିକେଲ ଗ୍ରାମର ଘର ସୁନ୍ଦର ସାହା(୮୫) ବର୍ଷ ଓ ଶ୍ରୀମତୀ ରାଧା ସାହା (୭୫) ବର୍ଷ ଉଭୟ ‌ସ୍ୱାମୀ ସ୍ତ୍ରୀ ବ୍ୟାକୁଳତାର ସହ ପଦ୍ମପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନରୁ ଭତ୍ତା ଟିକିଏ ପାଇବା ପାଇଁ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚଠାରୁ ଆରମ୍ଭ କରି ପଦ୍ମପୁର ବିଡିଓ‌ଙ୍କ ପର୍ୟ୍ୟନ୍ତ ଆବେଦନ କଲେ ସୁଦ୍ଧା କିଛି ଉତ୍ତର ମିଳୁ ନାହିଁ । ଆମ୍ଭର ପୁଅ ନ ଥିବାରୁ ବିଧବା ଝିଅଙ୍କ ତତ୍ତ୍ୱାବଧାନରେ ଜୀବନ କଟାଉଛୁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି । ବରିକେଲ ଗ୍ରାମ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଆଉ ଚାରି ପାଞ୍ଚ ମାସ ହୋଇ ପାରିବନି ବୋଲି ଉତ୍ତର ଦେଲେ । ତାଙ୍କର ମଜୁରୀ କରି ଖଟି ଖାଇବା ବୟସ ଆଉ ନାହିଁ ।
ଅନ୍ୟ ପକ୍ଷରେ ସେହି ଗ୍ରାମର ଦିବାକର ସାହା(୬୭)ଙ୍କ ମଧ୍ୟ ସେହି ସମାନ ଦଶା । ସେ ମଧ୍ୟ ଆଜି ପର୍ୟ୍ୟନ୍ତ ଭତ୍ତା ପାଇଁ ଦୌଡି ଦୌଡି ଥକି ପଡିଲେଣି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପରୋକ୍ତ ଅସହାୟ ବ୍ୟକ୍ତି ମାନଙ୍କ ପ୍ରତି ସଦୟ ହୋଇ ଭତ୍ତା ପ୍ରଦାନ କଲେ ଉପକୃତ ହୁଅନ୍ତେ ବୋଲି ଦାବୀ ହେଉଛି ।

Leave A Reply

Your email address will not be published.