lika

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ, ନିଆଁ ଲଗାଉଥିବା ବ୍ୟ‌କ୍ତି ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ରାଶି

gbag

ସମ୍ବଲପୁର : ରାଜ୍ୟର ପ୍ରାୟ ସମସ୍ତ ଜ‌ଙ୍ଗଳ ଗୁଡିକରେ ନିଆଁ ଲାଗି ବହୁତ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ନୀରିହ ବନ୍ୟଜନ୍ତୁଙ୍କର ପ୍ରାଣହାନୀ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏଥିଯୋଗୁଁ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଜଙ୍ଗଲ ନିଆଁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପାଇଁ ଚି‌ନ୍ତା ପାଲଟିଥିବା ବେଳେ ସମ୍ୱଲପୁର ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଡିଏଫଓ ସଞ୍ଜୀତ କୁମାର କଡ଼ା ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବ‌ନ୍ଧା ହେବେ । କେବଳ ସେତିକି ନୁହେଁ ବରଂ ଜଙ୍ଗଲରେ କିଏ ଲଗାଉଛି ନିଆଁ ସେମାନଙ୍କ ବାବଦରେ ସୂଚନା ଦେଲେ ୫୦୦୦ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିବା ସହ ଜଙ୍ଗଲରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କ ଠିକଣା ଲେଖି ରଖିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ୱଲପୁର ଡିଏଫଓ ।

babaa
Leave A Reply

Your email address will not be published.