ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ଛାତ୍ରଛାତ୍ରୀଙ୍କୁ ୧୫ ଦିନ ହେଲା ମିଳିନି ମଧ୍ୟାହ୍ନ ଭୋଜନ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କଲେ ଗ୍ରାମବାସୀ

ସଇଁତଲା, (ଖୁସିରାନୀ ସାହୁ) : ରାଜ୍ୟ ସରକାର ଶିକ୍ଷା ମାନ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବାବେଳେ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ମାଗଣାରେ ବହିପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା ସହ ଶିକ୍ଷକ ମାନଙ୍କୁ ମଧ୍ୟ ଉଚିତ ଦରମା ପ୍ରଦାନ କରୁଛନ୍ତି । ହେଲେ କିଛି ଶିକ୍ଷକଙ୍କ ମନମାନି ଯୋଗୁ ସରକାରଙ୍କ ଯୋଜନା ଫେଲ୍‌ ମାରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଂଚାୟତ ଲାଚୁଟ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିରେ ବିଦ୍ୟାଳୟ ଚାଲି ଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଜଣକ ମନମୁଖୀ କାମ କରିବା ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଠିକ ଭାବେ ଦେଉ ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଅଭିଭାବକ ମାନେ ଅଭିଯୋଗ କଲେ ପ୍ରଧାନ ଶିକ୍ଷୟିତ୍ରୀ ନାଲି ଆଖି ଦେଖାଇବା ସହ ଗାଳିଗୁଲଜ କରୁଥିବା ଅଭିଭାବକ ମାନେ କହିଛନ୍ତି । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଠିକ ଭାବେ ମଧ୍ୟାହ୍ନ ଭୋଜନ ଦେଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି କରାଯାଉ ବୋଲି ସ୍କୁଲ ସଭାପତି ଦାବି କରିଛନ୍ତି ।

Leave A Reply

Your email address will not be published.