
ଦେଓଗାଁ, (ମନୀଷ କୁମାର ସାହୁ) : ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ହତ୍ୟାକାରୀ ରଚିଥିଲେ ଷଡ଼ଯନ୍ତ୍ର, ହେଲେ ବିଲରେ ପଡ଼ିଥିବା ରକ୍ତ ହିିଁ ଖୋଲିଦଲା ଘଟଣାର ରହସ୍ୟ । ହଁ ଆଜ୍ଞା ଆମେ ଦେଓଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିବା ଘଟଣା ହିିଁ କହୁଛୁ । ଏହି ଘଟଣା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପୋଲିସ ପୁରା ସ୍ପଷ୍ଟ ହୋଇ ସାରିଛି । ଦେଓଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିବା ଘଟଣାରେ ପୋଲିସକୁ ଏକ ବଡ଼ ସୁରାକ୍ ମିଳିବା ସହ ଯୁବକଙ୍କ ପରିଚୟ ବି ମିଳିସାରିଛି । ମୃତ ଯୁବକ ଜଣକ ସାହାଜବାହାଲର ବୁଲୁ ବାଗ ଓରଫ ବାଘ ହୋଇଥିବା ବେଳେ ସେ ନିଜ ପରିବାର ସହ ଦୀର୍ଘ ବର୍ଷ ହେବ ତାଙ୍କ ମାମୁଁଘର ସିନ୍ଧିରାବାହାଲରେ ରହୁଥିଲେ । ରେଳ ଧାରଣାରେ ଯେତେବେଳେ ବୁଲୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିଲା, ପୋଲିସ ତଥା ସ୍ଥାନୀୟ ଲୋକେ ପ୍ରଥମେ ଦେଖି ଘଟଣା ଟିକୁ ଆତ୍ମହତ୍ୟା କହୁଥିବା ବେଳେ ପରେ ପରେ ନିକଟ ଏକ ବିଲରୁ ରକ୍ତ ପଡ଼ିଥିବା ଦେଖି ବୁଲୁଙ୍କୁ କେହି ହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଯାଇଥିଲା । ବୁଲୁଙ୍କ ପରିଚୟ ପ୍ରଥମେ ମିଳି ପାରିନଥିବା ବେଳେ ଖବର ପ୍ରାରିତ ହେବା ପରେ ପରିଚୟ ମିଳିପାରିଥିଲା । ବୁଲୁଙ୍କ ପତ୍ନୀଙ୍କ କହିବାନୁସାରେ ବୁଲୁ ଗତ ୯ ତାରିଖ ପୂର୍ବାହ୍ନ ୧୦ଟାରେ ଖରାପ ହୋଇଥିବା ଏକ ମୋବାଇଲକୁ ସଜାଡ଼ିବା ପାଇଁ ଘରୁ ବାହାରିଥିଲେ । କିଛି ସମୟ ଗଲା ପରେ ସ୍ତ୍ରୀ ବାରମ୍ବାର ବୁଲୁଙ୍କ ପାଖରେ ଥିବା ଆଉ ଏକ ଫୋନ୍କୁ ଫୋନ୍ କରିଥିଲେ, ହେଲେ ସେ ଆଉ ଉଠାଇନଥିଲେ କି ଘରକୁ ବି ଫେରିନଥିଲେ । ଗତକାଲି କିନ୍ତୁ ତାଙ୍କର ମୃତ ହେଦ ଉଦ୍ଧାର କରାଯାଇଥିଲା । ତାହା ପୁଣି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ । ବଲାଙ୍ଗିର ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଦ୍ ବଲାଙ୍ଗିର ଏସ୍ପି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ରେଳ ଧାରଣା ନିକଟରେ ଥିବା ବିଲରେ ବୁଲୁଙ୍କୁ ପ୍ରଥମେ ହତ୍ୟାକାରୀମାନେ ହତ୍ୟା କରିଥିଲେ । ଆଉ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ନିକଟ ରେଳ ଲାଇନରେ ଫୋପାଡ଼ି ଦେଇଥିଲେ । କିନ୍ତୁ ବିଲ ମଝିରୁ ବୁଲୁଙ୍କ ମୃତ ଦେହକୁ ହତ୍ୟାକାରୀ ମାନେ ଯେଉଁ ଘୋଷାଡ଼ି ଘୋଷଡ଼ି ଆଣଥିଲେ, ସେଥିରୁ ହିିଁ ପୋଲିସକୁ ଏକ ବଡ଼ ପ୍ରମାଣ ମିଳିଯିବା ସହ ଘଟଣାଟି ସ୍ପଷ୍ଟ ଭାବେ ପୋଲିସ ଜାଣିବାକୁ ପାଇଥିଲା ଯେ, ଆତ୍ତ୍ମହତ୍ୟା ନୁହେଁ ହତ୍ୟା ବୋଲି । ପୋଲିସ ଏହି ଘଟଣାକୁ ନେଇ ତଦନ୍ତରେ ଅନେକ କିଛି ତଥ୍ୟ ହାସଲ କରିସାରିଥିବା ବେଳେ ଘଟଣାରେ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ମଧ୍ୟ ଆରମ୍ଭ କରି ସାରିଛି । ବଲାଙ୍ଗିର ପୁଲିସକୁ ଏହି ଘଟଣାରେ ଖୁବ ଶୀଘ୍ର ସଫଳତା ମଳିବା ସହ ବୁଲୁଙ୍କୁ ନ୍ୟାୟ ମିଳିବ ବୋଲି ଅଂଚଳବାସୀ ଆଶା ପ୍ରକାଶ କରିଛନ୍ତି ।