ସୁଟ୍‌କେଶରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ହରିୟାଣା : ରୋହତକରୁ ଏକ ଚାଞ୍ଚଲ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସୁଟ୍‌କେଶ ଭିତରୁ ଉଦ୍ଧାର ହୋଇଛି ଜଣେ କଂଗ୍ରେସ ନେତ୍ରୀଙ୍କ ମୃତଦେହ । ସୁଟ୍‌କେଶଟି ସହରର ଏକ ବସଷ୍ଟାଣ୍ଡ ନିକଟରେ ପଡିଥିଲା । ଏହାକୁ ଖୋଲିବାରୁ ଭିତରୁ ମିଳିଥିଲା ମୃତଦେହ । ମୃତକ ୨୨ ବର୍ଷୀୟା ହିମାନୀ ନରୱାଲ ବୋଲି ଜଣାପଡିଛି । ସେ କଂଗ୍ରେସ କର୍ମୀ ହୋଇଥିବାବେଳେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ନଜର ଆସିଥିଲେ । ଘଟଣାଟି ଗତକାଲି ସକାଳ ପ୍ରାୟ ୧୧ଟା ବେଳର । ସବୁଦିନ ଭଳି ରୋହତକ ସାମ୍ପଲା ବସଷ୍ଟାଣ୍ଡରେ ଲୋକଙ୍କ ଗହଳି ଚହଳି ଲାଗିଥାଏ । ଏତିକି ବେଳେ କାହାର ନଜର ପଡିଲା ଏକ ନୀଳ ରଙ୍ଗର ବଡ଼ ସୁଟ୍‌କେଶ ଉପରେ । ସୁଟ୍‌କେଶ ଭିତରେ କ’ଣ ଅଛି ଜାଣିବାକୁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହେଲା । ହେଲେ ସନ୍ଦେହବଶତଃ ପୋଲିସକୁ ଖବର ଦିଆଯିବାପରେ ପୋଲିସ ଆସି ସୁଟ୍‌କେଶ ଖୋଲିଥିଲା । ଆଉ ତା’ ଭିତରେ ଯାହା ଦେଖିଲେ, ସୁଟ୍‌କେଶ ଭିତରେ ଥିଲା ୨୨ ବର୍ଷୀୟା ହିମାନୀ ନରୱାଲଙ୍କ ମୃତ ଦେହ ତେବେ କିପରି ହିମାନୀଙ୍କ ମୃତ୍ୟୁ ହେଲା ତାହା ଜଣାପଡିନି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.