ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ୧୯୮୯ ପତିତପାବନ ଏକାଡେମୀ ମେଟ୍ରିକ ବ୍ୟାଚ୍ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରାୟ ୮ଠଜଣ ପୁରାତନ ଛାତ୍ର ଯୋଗଦେଇ ପୁରୁଣା ସ୍ମୃତିକୁ ମନେପକାଇବା ସହ ଆଗାମୀ ଦିନରେ ସମସ୍ତେ ଏକ ହୋଇ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅବସରରେ ୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚର ୨ଜଣ ପୁରାତନ ଛାତ୍ର ବନବାସ ମିଶ୍ର ଓ ଧନଞ୍ଜୟ ନାଗଙ୍କ ଅକାଳ ବିୟୋଗରେ ଏହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ କଦଳୀମୁଣ୍ଡା ନର୍ସରୀ ପରିସରରେ ଅନୁଷ୍ଠିତ ଚକ୍ଷୁ ପରୀକ୍ଷା ଶିବିରରେ ୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚର ବହୁ ପୁରାତନ ଛାତ୍ର ନିଜର ଆଖି ପରିକ୍ଷା କରିବା ସହ ଚଷମା ନେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ୧୯୮୯ ପତିତପାବନ ଏକାଡେମୀ ମେଟ୍ରିକ ବ୍ୟାଚର ସନ୍ତକ ବହିଦାର, ସତ୍ୟ ମିଶ୍ର, ରଘୁ ନନ୍ଦନ ସିଂହ, ରମେଶ ସାହୁ, ସୁଧାଂଶୁ ନାୟକ, ସମୀର ବିଶୋଇ, ସଂଜତ ମିଶ୍ର, ରିଆଜ ଖାନ୍, ଶ୍ରୀମନ୍ତ ପଣ୍ଡା, ବାବୁ ପୁଝାରୀ, ଅଜିତ ପଣ୍ଡା, ଭକ୍ତ ନାଏକ, ନୀଳମଣି ହାତୀ, କମ୍ବୁପାଣି ପୁଝାରୀ, ଉପେନ୍ଦ୍ର ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ । ଗୌରାଙ୍ଗ ସାହୁ, ସୁରେଶ ସାହୁ, ଗୋପାଳ ମିଶ୍ର, ଶଙ୍କର ଅଗୱାଲ ପରେ ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ସଙ୍ଗୀତ ଓ ନାଚଗୀତର କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ରମାନେ ଭାଗ ନେଇଥିଲେ । ସଂଧ୍ୟାରେ କେମ୍ପ ଫେୟାରରେ ମଧ୍ୟ ନାଚଗୀତର ଆସର ଜମିଥିଲା ।