ମିଗଜୋମ୍‌ ବାତ୍ୟା ଆସି ଦେଇଗଲା ଚାଷୀଙ୍କୁ କଷ୍ଟ : ନଷ୍ଟ ହେଲା ଏକର ଏକର ଚାଷ ଜମି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମ୍ଭାବ୍ୟ ବାତ୍ୟା ମିଗଜୋମ୍‌ ଆସି ଫେରିଗଲାଣି ସତ ହେଲେ ଦେଇ ଗଲା ଚାଷୀଙ୍କୁ ଅନେକ କଷ୍ଟ । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଯୋଗୁ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ସହ ଡାଲିଜାତୀୟ ଫସଲ ସବୁ ନଷ୍ଟ ହୋଯାଇଛି । ଧାନକୁ ଦେଖି ବର୍ତମାନ ଚାଷୀକୁଳ ହତାଶ । କେମିତି ଚାଷୀ ଧାନକେଣ୍ଡା ଧରି ଦେଖାଉଛନ୍ତି । ଯେଉ ଧାନ ଆଉ କିଛି ଦିନ ପରେ ଚାଷୀ ମଣ୍ଡୀରେ ବିକ୍ରି କରି ଦୁଇ ପଇସା ପାଇଥାନ୍ତା । ହେଲେ ମିଗଜୋମ୍‌ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଏକର ଏକର ଚାଷ ଜମିରେ ପାଣି ଭରି ରହିଛି । କିଛି ଚାଷୀ ଧାନ ଅମଳ ହେବା ପୂର୍ବରୁ ଧାନ କାଟି ଖଲାରେ ରଖିଥିବା ବେଳେ ଏବେ ବି ଏକର ଏକର ଧାନ ଜମିରେ ରହି ଖରାପ ହୋଇଯାଇଛି । ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅନେକ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା, ଚୁଲିଫୁଙ୍କା, ଭାଲୁମୁଣ୍ଡା, ବେଳପଡା, ଖଇରା, ସିନ୍ଧେକେଲା, ବିରିପାଲି, ଭୁସଲାଡ଼, କୁଣ୍ଡାବୁଟୁଲା ଅଞ୍ଚଳର ଚାଷୀମାନେ ହତାଶ ହୋଇଯାଇଛନ୍ତି । ଧାର କରଜ କରି ଅମଳ କରିଥିବା ଧାନ ଏବେ ନଷ୍ଟ ହେବା ଯୋଗୁ ଚାଷୀ କଣ କରିବେ ତାହା ଚିନ୍ତାରେ । ତେବେ ଏନେଇ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିବାରୁ ନିଶ୍ଚିତ ଭାବେ ଚାଷୀଙ୍କୁ ଧାନ ନଷ୍ଟ ହୋଇଛି । ଆମ ଟିମ ଗ୍ରାଉଣ୍ଡ ଜିରୋକୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି । ବାତ୍ୟା ଆସି ଗଲା ହେଲେ ଚାଷୀଙ୍କୁ ଦେଇ ଦେଲା ଅନେକ କଷ୍ଟ, ଏବେ ବର୍ଷକୁ ଅମଳକୁ ନଷ୍ଟ ହେବା ଯୋଗୁ ଚାଷୀ କେମିତି ଧାର କରଜ ସୁଝିବେ ସେ ଚିନ୍ତାରେ । ଏବେ ଦେଖିବାକୁ ବାକି ରଖିଲା ପ୍ରଶାସନ କେବେ ଚାଷୀଙ୍କ ପାଖକୁ ପହଂଛୁଛି ଏବଂ ଚାଷୀଙ୍କ ଦୁଃଖ ଦୂର କରୁଛନ୍ତି ।

Leave A Reply

Your email address will not be published.