oom

ସୌଭାଗ୍ୟ ଯୋଜନାରେ ବିଶାଲପାଲିକୁ ହେଲା ବିଦ୍ୟୁତ ସଂଯୋଗ : ଗୋଟେ ମାସ ପରେ ମିଦ୍ଧାପାଲିକୁ ମଧ୍ୟ ହେବ ବିଦ୍ୟୁତ୍ ସଂଯୋଗ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଳକ ଲଣ୍ଡାପଥର ପଞ୍ଚାୟତ ଝିକେରମାଲ ଗାଁର ବିଶାଲପାଲି ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡ଼ିଛି । ଏହି ଉଦଘାଟନି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତ୍ତମ ଅତିଥି ଭାବେ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଲଣ୍ଡାପଥର ସରପଞ୍ଚ ସୁଶିଲା କୁମ୍ଭାର, ସମିତି ସଭ୍ୟା ଆସାମି ଛତ୍ରିଆ, ଧଣ୍ଡାମାଲ ସରପଞ୍ଚ ତଥା ଦେଓଗାଁ ବ୍ଳକ ସରପଞ୍ଚ ସଂଘର ସଭାପତି ଦୟାନିଧୀ ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ସ୍ବାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ବିଶାଲପାଲି ଗାଁରେ ଥିବା ୧୧ଟି ବିପିଏଲ୍‌ ପରିବାର ଅନ୍ଧାରରେ ଥିଲେ । ସରକାରଙ୍କ ସୌଭାଗ୍ୟ ଯୋଜନାରେ ଶନିବାର ଦିନରୁ ଆଲୋକିତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ପଞ୍ଚାୟତର ଅଧିନରେ ଥିବା ମିଦ୍ଧାପାଲିକୁ ଆସନ୍ତା ୧ମାସ ମଧ୍ୟରେ ଏହି ଯୋଜନାରେ ବିଦ୍ୟୁତ ଯୋଗାଇ ଦିଆଯିବ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବା ବିଷୟରେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମେହେର କହିଛନ୍ତି । ଏହି ଉଦଘାଟନି କାର୍ୟ୍ୟକ୍ରମରେ ବିଶାଲପାଲି ଓ ମିଦ୍ଧାପଡ଼ାର ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.