om academy

ବିଜେପି ଶୂନ୍ୟ ହେଉଛି ତରଭା ବ୍ଲକର ମେଣ୍ଡା ଜୋନ୍‌

jsm
  • ଅସନ୍ତୁଷ୍ଟ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗଦେଲେ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଜିତେନ ପଣ୍ଡା ଆଜି ଭାଜପା ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜି ପାଇକବାହାଲର ବିଜେଡି କାର୍ଯ୍ୟାଳୟରେ ସୋନପୁର ବିଧାୟକ ପ୍ରାର୍ଥୀ ଥିବା ମନ୍ତ୍ରୀ ନିରଂଜନ ପୂଜାହାରୀ ତାଙ୍କୁ ବିଜେଡି ଉତ୍ତରୀୟଦେଇ ଦଳରେ ସାମିଲ କରାଇଛନ୍ତି । ଏହି ମିଶ୍ରଣ ପର୍ବରେ ସୋନପୁର ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶତୃଘ୍ନ ପୃଷ୍ଟି, ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ଯୁବନେତା ରାଜେନ୍ଦ୍ର ପଣ୍ଡା, ଚକ୍ରଧର ସା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଯେ, ତରଭା ବ୍ଲକ୍‌ର ମେଣ୍ଡା ଜୋନରେ ଭାଜପା ଦୁର୍ବଳ ହେବାରେ ଲାଗିଛି । କିଛିଦିନ ପୂର୍ବରୁ ମେଣ୍ଡାର ପୂର୍ବତନ ସମିତି ସଭ୍ୟ ହାଡୁ ଜେନା, ଯୁବନେତା ପ୍ରମୋଦ ପର୍ଡିଆଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାମପୁର ସ୍ଥିତ ମନ୍ତ୍ରୀ ନିରଂଜନ ପୂଜାହାରୀଙ୍କ କାର୍ଯ୍ୟାଳୟରେ ବିଜେଡିରେ ଯୋଗ ଦେଇଥିଲେ । ଦେଶରେ ମୋଦୀ ହାୱା ସତ୍ୱେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରି ସିଂଦେଓ ଓ ସୋନପୁର ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର କର୍ମୀଙ୍କ ସହିତ ଭଲ ସଂମ୍ପର୍କ ରଖୁନାହାଁନ୍ତି କିମ୍ବା ବିଜେପି ପ୍ରଚାରରେ ଧ୍ୟାନ ଦେଉନଥିବା କାରଣରୁ ବିଜେପିର ନେତାମାନେ ଅସନ୍ତୁଷ୍ଟ ହୋଇ ବିଜେପି ଦଳ ଛାଡୁଥିବା କହିଛନ୍ତି ।

Leave A Reply

Your email address will not be published.