ଅଶ୍ୱିନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସିନ୍ଧେକେଲାକୁ ହରାଇ ପରାସରା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ କୁରସୁଡ ଗ୍ରାମର ମା’ ଭଗବତୀ ମିନି ଷ୍ଠାଡିୟମଠାରେ ଅଶ୍ୱିନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ୨ୟ ଦିନରେ ପରାସରା ଓ ସିନ୍ଧେକେଲା ଦଳ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ପରାସରା ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ ୧୨୦ରନ କରିଥିବା ବେଳେ ଜବାବରେ ସିନ୍ଧେକେଲା ଦଳ ସମସ୍ତ ଉଇକେଟ ହରାଇ ୯ ଓଭର ୨ବଳରେ ୬୫ରନ କରିଥିଲେ । ସମାଜସେବୀ ସଜୀବ ଜୈନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ମନୋଜ କୁମାର ଜୈନ ଓ ସମାଜସେବୀ କାହ୍ନା ଜୈନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ଭାବେ ଅଭିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଗଣେଶ ସାହୁ ଓ ଟୁନୁ ସାହୁ ଏମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ରିଙ୍କୁ ବାଗ, ଭବ ସାହୁ, ମାନସ ସାହୁ, ନିହାର ବେହେରା, ଅଶୋକ ସାହୁ, କାହ୍ନା ଭୋଇ, ହେମନ୍ତ ରଣା, ରାଜୁ ବିଭାର, ସଞ୍ଜୁ ଜୈନ, ମିଳନ ସାହୁ, ଜିତୁ ଭୋଇ, ବୃନ୍ଦାବନ ଶବର ଆଦି ସହଯୋଗ କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.