ସ୍ୱରାଗିଣୀର ମା’ ଖୁଦୁରୁକୁଣୀ ମେଲଣ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମା’ ଖୁଦୁରକୁଣୀ ମେଲଣ ଚଳିତ ମାସ ଆସନ୍ତା ୧୬ ତାରିଖ ଦିନ ସେକ୍ଟର ୨୦, ଡି ବ୍ଲକ୍ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଙ୍ଗଳ, ସଭାପତି ସାଗରିକା ସାହାଣୀ, ସମ୍ପାଦିକା ମମତାଞ୍ଜଳୀ ଦାସ, ସାଂସ୍କୃତିକ ସମ୍ପାଦିକା ରଶ୍ମିରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ମେଲଣ ତୃତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ ଚଳିତ ବର୍ଷ ୫୦ରୁ ଉର୍ଦ୍ଧ୍ୱ ମା’ଙ୍କ ମୂର୍ତ୍ତି ଅଂଶ ଗ୍ରହଣ କରିବେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ନାରୀ ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ମତ ନିଆଯାଇ ମା’ଙ୍କ ମୂର୍ତ୍ତି ପାଇଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ସାନ୍ତ୍ଵନା ମୂଳକ ପୁରସ୍କାର ସହ ଅଂଶଗ୍ରହଣ କରିଥିବା ସମସ୍ତ ପାଇଁ ନିଶ୍ଚିତ ପୁରସ୍କାର ରଖାଯାଇଛି । ଏଥିସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ମେଲଣରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୁନିତା ବିଶ୍ୱାଳ, ପ୍ରତିମା ବେହେରା, ବିଷ୍ଣୁ ପ୍ରିୟା ସାହୁ, ରଞ୍ଜିତା ସାହୁ, ପୁଷ୍ପଲତା ବିଶ୍ୱାଳ, ମୀନତି ତ୍ରିପାଠୀ, ବାସନ୍ତୀ ସେଠୀ, ଦିପ୍ତୀ ନାୟକ, ସୋମା ଭଟ୍ଟାଚାର୍ଯ୍ୟ, ଉର୍ମିଳା ପରିଡା, ପଦ୍ମାରାଣୀ ବେହୁରା, ସ୍ୱର୍ଣ୍ଣଲତା ମହାନ୍ତି, ରୂପା ଜ୍ୟୋତି, ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.