ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ଅନ୍ତର୍ଗତ ଷଡାଙ୍ଗୋଇ ଗ୍ରାମରେ ଗତ ମାର୍ଚ୍ଚମାସ ଏଗାର ତାରିଖରେ ପଞ୍ଚୁଦୋଳ ମେଳଣ ଉଦଯାପିତ ହଇଯାଇଛି । ଗତ ଦଶ ତାରିଖରେ ଏହି ଗ୍ରାମରେ ଥନାପତି ଶ୍ରୀ ଶ୍ରୀ ବାଙ୍କେଶ୍ୱର ଦେବ ଏକ ଆଡମ୍ବର ପୂର୍ଣ୍ଣ ବାଜାବାଣ, ଘୋଡାନାଗା, ସଖୀ, ଭାଲୁ, ବୁଢାବୁଢୀ ଓ ପାଇକ ନାଟ ଇତ୍ୟାଦି ପଟୁଆରରେ ମେଳଣ ପଡ଼ିଆରେ ଜମା ହୋଇଥିଲେ । ବାଙ୍କେସ୍ୱର ଦେବଙ୍କ ସହିତ ମାର୍ଥା ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ରାତପଡା ଗ୍ରାମର ଧବଳେଶ୍ୱର ଦେବ, ଗଣ୍ଡପଡା ଗ୍ରାମର ମଦନ ମୋହନ ଦେବ, ପଥରଡ଼ିହ ଗ୍ରାମର ମଙ୍ଗୁ ଗୋସେଇଁ, ଗୋରଡାପିଢର ଭଗବତ ବାସୁଦେବ ଓ ମା’ ମଙ୍ଗଳା ଠାକୁରାଣୀ ଦକ୍ଷିଣବାଡର ଭଗବତ ବାସୁଦେବ, ଉତ୍ତରବାଡ଼ର ଅନନ୍ତ ବାସୁଦେବ ଓ ମହାବୀର, ପଶ୍ଚିମବାଡ଼ର ତ୍ରିନାଥ ଦେବ ପ୍ରମୁଖ ଦେବଦେବୀମାନେ ସମୂହ ଏକତ୍ରିତ ହୋଇ ହାଟତୋଟା ମେଳଣ ପଡିଆରେ ଜମାଣ ହୋଇଥିଲେ । ଏହି ଦିନ ମା’ ବନଦୁର୍ଗା ଗଣନାଟ୍ୟ ଓ ତହିଁ ପରଦିନ ଯାତ୍ରା ପରିବେଷଣ କରିଥିଲେ । କୁନ୍ତେଶ୍ଵର ଦେବ ମେଲଣ ଟ୍ରଷ୍ଟି ବୋର୍ଡ ଏବଂ ମା’ ଯୋଗେଶ୍ୱରୀ ଯାତ୍ରା କମିଟୀ ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ଷଡାଙ୍ଗୋଇର ପାରମ୍ପରିକ ମେଲଣକୁ ଗ୍ରାମବାସୀମାନେ ବେଶ ଉପଭୋଗ କରି ଉଦ୍ୟକ୍ତାମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ମେଳଣ ଟ୍ରଷ୍ଟି ବିଶ୍ୱ ରଂଜନ ପରିଡା, ତୋଫାନ ସାମନ୍ତରାୟ, କାଳୁ ଚରଣ ସମନ୍ତସିଂହାର ଓ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହିତ ଚାଇଁପୁର ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ମାନଗୋବିନ୍ଦ ପରିଡା, ଯୁଧିଷ୍ଠିର ପରିଡା, ରଶ୍ମି ରଂଜନ ପରିଡା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପରିଡା ଶ୍ୱେତ ନାୟକ, ସୁକାନ୍ତ ପରିଡା, ଦୈତାରୀ ପରିଡା, ଗନ୍ଧର୍ବ ବଳ, ଦେବ କିଶୋର ପରିଡା, ରଂଜିତ ପରିଡା, ଧଡ଼ୁ ପରିଡା, ମନୋଜ ପରିଡା, ଚନ୍ଦନ ପରିଡା, ଦେବାଶିଷ ପରିଡା, ଟୁଲିଆ ପରିଡା, ରାମଚନ୍ଦ୍ର ପରିଡା, ମଳୟ ପରିଡା ଓ ସୁଦୀପ୍ତ ନାୟକ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ରଙ୍ଗମଞ୍ଚରେ ଗଣନାଟ୍ୟ ଅପେରା ମାଲିକ ଓ ମ୍ୟାନେଜେର, ମା’ ମଙ୍ଗଳା ଟେଣ୍ଟହାଉସ ମାଲିକ କୃଷ୍ଣଚନ୍ଦ୍ର ପରିଡା (ଚିଣ୍ଟେଇ) ପରିଡା, ଆଲୋକ ଏବଂ ଶବ୍ଦ ତରଙ୍ଗ ପାଇଁ ସାଇ ଲଭଲି ଟେଣ୍ଟ ହାଉସ ମାଲିକ ତଥା ଦକ୍ଷିଣବାଦ ୱାର୍ଡସଭ୍ୟ ହିମାଂଶୁ ପରିଡା (ରାନୁଆ ) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ ସମସ୍ତ ଉଦ୍ୟକ୍ତା ଯୁବକମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା ।