ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପି ସି ପୁର କ୍ଲଷ୍ଟର ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଧନଞ୍ଜୟ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୁମକି ବେହେରା ଅତିଥି ଭାବେ ଯୋଗ ଦେଇ ଶିଶୁର ଗୁଣାତ୍ମକ ଶିକ୍ଷର ବିକାଶ ପାଇଁ ନିପୁଣ ଓଡିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଅତିଥି ପରିଚୟ କରିଥିବା ବେଳେ ସି ଆର ସି ସି ଶ୍ରୀ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏହି ମେଳାରେ କ୍ଲଷ୍ଟରର ୯ ବିଦ୍ୟାଳୟର ୧ମ ରୁ ୩ୟ ଶ୍ରେଣୀର ୧୪୦ ଜଣ ଛାତ୍ରଛାତ୍ରୀ, ଏଫ ଏଲ ଏନ ଶିକ୍ଷୟତ୍ରୀ ତଥା ୯୦ ଜଣ ଅବିଭାବକ ଅଂଶଗ୍ରହଣ କରିଥିଲେ । ନିପୁଣ ଓଡିଶା ଥିମ ସଂଗୀତରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଗଣ, ଅଭିଭାବକ ଓ ଛାତ୍ରଛାତ୍ରୀ ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ କାର୍ଯ୍ୟକଳାପ ଓ ମତାମତ ଷ୍ଟଲ ବୁଲି ଦେଖିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅନ୍ୟ ବିଦ୍ୟାଳୟରୁ ଆସିଥିବା ମମତାରାଣୀ ସାହୁ, ଶୁଭଶ୍ରୀ ସେନାପତି, ନଗମା ପରବିନ ଓ ପ୍ରିୟଙ୍କା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।