ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ଥାୟୀ ଜୀବନ ଶୈଳୀ ଉପରେ ସେଣ୍ଟର୍ ଫର୍ ଏନଭାୟୋରନମେଣ୍ଟାଲ ଏଜୁକେଶନ ତରଫରୁ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ମେହେର ସଭାପତିତ୍ୱ କରିଥିଲେ । ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଶନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନର ଜୀବନ ଶୈଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ଉମାକାନ୍ତ ତ୍ରିପାଠୀ, ରାମପୁର କ୍ଲଷ୍ଟର ସଂଯୋଜକ ପ୍ରଦୀପ ଦାସ ମଞ୍ଚାସୀନ ହୋଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟରୁ୨୪ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ୧୦ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର, ବେହେରାମାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହୃଷୀକେଶ ଭୋଇ ଓ ଗଜବନ୍ଧ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ରଣା ବିଚାରକ ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ବିଶ୍ଵସମ୍ରାଟ ଭୋଇ ସଭା ପରିଚାଳନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ବଳଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବ୍ଲକ ବିଜ୍ଞାନ ସମ୍ପାଦକ ଦୀନବନ୍ଧୁ ପ୍ରଧାନ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଇତିଶ୍ରୀ ପାଣ୍ଡେ, ବରିଷ୍ଠ ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ପୂଜାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ମାୟାବର୍ହା ହାଇସ୍କୁଲ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ବଦକର୍ଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, ସିଆର୍ସିସି, ନରେନ୍ଦ୍ର ପୁରୋହିତ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ବିଶ୍ଵନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଶ୍ରେଷ୍ଠ ୧୦ ଗୋଟି ପ୍ରକଳ୍ପକୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ବିଶ୍ଵନାଥ ଭୋଇ, ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।