ସୋନପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସଦର ଟାଉନ ହଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ଉଦଘାଟନ କରିଥିଲେ । ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଡ଼ା ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁବର୍ଣ୍ଣପୁର, ସମ୍ମାନିତ ଅତିଥି ଭାବରେ ସାନନ୍ଦ ମେହେର, ପ୍ରତିନିଧି, ବଲାଙ୍ଗିର ସାଂସଦ, ତାମସୀ ତାମସ୍ମିତା ନାୟକ ଅଧ୍ୟକ୍ଷା ପୌର ପରିଷଦ, ସୋନପୁର, ବିଜୟ କୁମାର ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । କାମଧେନୁ ଯୋଜନାରେ ଗୋ ପାଳନ, ମଇଁଷି ପାଳନ, ମାଈ ବାଛୁରୀ ପାଳନ ସହିତ ଘାସ ଚାଷରେ ବର୍ତ୍ତମାନ ସରକାର ଆର୍ଥିକ ସହଯୋଗ ବୃଦ୍ଧି କରି କିପରି ଚାଷୀ ଲାଭବାନ ହୋଇପାରିବେ ତାହା ବକ୍ତାମାନେ ପ୍ରକାଶ କରିଥିଲେ । ମାଛ ଚାଷରେ ମଧ୍ୟ ସରକାର ପୋଖରୀ ଖନନ ସହିତ ମାଛ ଯାଆଁଳା ଉତ୍ପାଦନ ସହିତ ବିଭିନ୍ନ ଉପକରଣରେ ସରକାର ରିହାତି ନେଇ ମାଛ ଚାଷରେ ଆତ୍ମ ନିର୍ଭର ହୋଇପାରିବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଡା. ସୌରଭ ମହାରଣା, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଚିତ୍ତରଞ୍ଜନ ରାଉତ ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ା. ପ୍ରିୟବ୍ରତ ବେହେରା ଓ ଡ଼ା. ସୁବ୍ରତ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ରରେ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଡ଼ା. ସୁନାକର ସାମଲ, ଉପନିର୍ଦେଶକ, ପ୍ରାଣୀ ଚିକିତ୍ସାଳୟ, ସୋନପୁର ଡ଼ା. ଶଙ୍କର୍ଷଣ ମାହୁନ୍ତ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ସୁବର୍ଣ୍ଣପୁର ମତ୍ସ୍ୟ ବିଶେଷଜ୍ଞ ଶ୍ରବଣ କୁମାର କହଁର, ସହକାରୀ ମତ୍ସ୍ୟ ଅଧିକାରୀ, ଉଲୁଣ୍ଡା ତ୍ରିଲୋଚନ ସେଠୀ, ସହକାରୀ ମତ୍ସ୍ୟ ଅଧିକାରୀ, ସୋନପୁର ଭାଗନେଇ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସଫଳ ଚାଷୀ ଭାବରେ ପ୍ରାଣୀ ସମ୍ପଦ ବିଭାଗରୁ ଲଳିତ ମୋହନ ଖେତିଙ୍କୁ କୁକୁଡ଼ା ପାଳନ, ରାଜୁ ଦନ୍ତାଙ୍କୁ ଗୋପାଳନ, ଅଜିତ ବସ୍ତିଆଙ୍କୁ ଛେଳି ପାଳନ ଓ ମା ବିମଳେଶ୍ଵରୀ ସ୍ଵୟଂ ସହାୟକ ଦଳକୁ କୁକୁଡ଼ା ପାଳନରେ ପୁରସ୍କୃତ କରଯାଇଥିଲା । ମତ୍ସ୍ୟ ବିଭାଗର ସତ୍ୟ କୁମାର ସେଠୀ, ମାଛ ଜାଆଁଳା ଉତ୍ପାଦନ, ଇସାକ ଖାନ ମୋ ପୋଖରୀ ଯୋଜନା, ନିରୁପମା ମଲ୍ଲିକ ଜୈବ ପୁଞ୍ଜ ଓ ମା ସୁବର୍ଣ୍ଣ ସ୍ଵୟଂ ସହାୟକ ଦଳ ପୁରସ୍କୃତ ହୋଇଥିଲେ । ମତ୍ସ୍ୟ ବିଭାଗର ନୀଳାଚଳ ମେହେର, ଦେବାଶିଷ ପାଣ୍ଡେ ଓ ପ୍ରାଣୀ ସମ୍ପଦ ବିଭାଗର ମାନସୀ ମହାକୁଡ, ନାଇକେନପାଲି ମମତା ସାହୁ, ଛେପାପାଲିଙ୍କୁ ସରକାରୀ ସବସିଡି ପ୍ରଦାନ କରାଯାଇଥିଲା । ଡ଼ା. ଦୁର୍ଗା ପ୍ରସନ୍ନ ତ୍ରିପାଠୀ, ଡ଼ା ସୁଧୀର ପଣ୍ଡା ଡ଼ା. ଝସକେତନ ପଶାୟତ, ମନୋରଞ୍ଜନ ହୋତା, ଦେବେନ୍ଦ୍ର ସାହୁ, ଚିନ୍ମୟ ଭୁକ୍ତା ଋତୁରାଜ ବାଗ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଓ ସମସ୍ତ ପ୍ରାଣୀଧନ ନିରୀକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.