ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୫/୨୬ଶିକ୍ଷା ବର୍ଷ ପାଇଁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୬୪ଜଣ ଛାତ୍ରଛାତ୍ରୀ ନିଜ ନିଜର ପ୍ରକଳ୍ପ ମାନ ପ୍ରଦର୍ଶନ କରିଥିଲେ । ଉଦଘାଟନୀ ସମାରୋହରେ ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ମୁଣ୍ଡ ଅଧ୍ୟକ୍ଷତା କରୁଥିବା ବେଳେ ବି ଆର ସି ସି ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ବିଶ୍ଵ ଜୀବନ ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ । ଆଠ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇ ଥିବା ବେଳେ ୩୪ଜଣ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ସିଦ୍ଧାର୍ଥ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଏବିଇଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଶ୍ରୀଯୁକ୍ତ ପାଢ଼ୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଚାର୍ଯ୍ୟ ଗୋପାଳ କୃଷ୍ଣ ପଣ୍ଡା ପରିଚାଳନା କରିଥିଲେ ।