ଲୋଇସିଂହା, (କେପିଏନ୍ଏସ୍) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ବିଭାଗର ଏହି ବିଜ୍ଞାନ ମେଳାକୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବଲାଙ୍ଗିର ଜିଲ୍ଲା ପ୍ରଚାରକ ଆଲୋକ ପଟେଲ ଉଦଘାଟନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଗୌତମ ବିଶ୍ଵାଲ ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ବିଜ୍ଞାନ ବିଭାଗର ପ୍ରଦୀପ କୁମାର ବହିଦାର, ନେତ୍ରାନନ୍ଦ ପୁଟେଲ , ଗୋପବନ୍ଧୁ ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ଏଥିସହିତ ମୂର୍ତ୍ତିକଳା ପାଇଁ ଲୋଇସିଂହା ଅଞ୍ଚଳର ଖ୍ୟାତନାମା ମୂର୍ତ୍ତି କାରିଗର ଲକ୍ଷ୍ମୀ ପ୍ରସାଦ ରଣା ଏବଂ ଅବସରପ୍ରାପ୍ତ ଶିକ୍ଷକ ଗୌରୀଶଙ୍କର ବେଜ୍ ମୂର୍ତ୍ତିକଳାର ମୂଲ୍ୟାଙ୍କନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକାଙ୍କ ସହଯୋଗରେ କର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ପ୍ରାକ ଶିଶୁ ବର୍ଗର ୧୨୦ଟି ପ୍ରକଳ୍ପ, ଶିଶୁ ବର୍ଗର ୨୩ଟି, ବାଲ୍ ବର୍ଗର ୦୯ ଏବଂ କିଶୋର ବର୍ଗର ୨ ଟି, ସର୍ବମୋଟ ୧୫୪ଟି ପ୍ରକଳ୍ପ ସହିତ ବିଭିନ୍ନ ବର୍ଗର, ପ୍ରଶ୍ନ ମଞ୍ଚ, କଥାକଥନ, ତାତ୍’କାଳିକ ଭାଷଣ ନିବନ୍ଧ ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।
