ଦମକିପାଲି ବିଦ୍ୟାଳୟରେ ନିପୁଣ ମେଳା ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା- ୨୦୨୫ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ସବିତା ଭୋଇ ସଭାପତିତ୍ଵ କରିଥିବା ହେଳେ ସଭାରେ ମୁଖ୍ୟ ଅତିଥି ଭାବରେ କ୍ଳଷ୍ଟର ସିଆର୍‌ସିସି ସତ୍ୟ ନାରାୟଣ ସାହୁ ଛୁଆଲିଉଦର, ମୁଖ୍ୟବକ୍ତା ଭାବରେ ଚନ୍ଦ୍ରଶେଖର ବାଗ, ସମ୍ମାନିତ ଅତିଥି ଭାବରେ ତମିଆ କ୍ଳଷ୍ଟର ସିଆର୍‌ସିସି ଆଶିଷ କୁମାର ପାତ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷଣ ଉପକରଣ ପ୍ରଦର୍ଶିତ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଅଭିଭାବକ ସହିତ ଶିକ୍ଷୟିତ୍ରୀ ସୀତୟା ବରିହା, ଦେବକୀ ଭୂଏ, ହରେକୃଷ୍ଣ ଭୋଇ, ବାଳକୃଷ୍ଣ ପଧାନ, ବିନୋଦିନୀ କିଶାନ, ଦୁର୍ଯ୍ୟୋଧନ ମଲ୍ଲିକ, ସୁମନ୍ତ ଚୌହାନ, ଦିନେଶ୍ ଦିହିରିଆ, ଡୋଲାମଣି ସାହୁ, କୈଳାସ ଚନ୍ଦ୍ର ସାହୁ, ଅଜିତ କୁମାର ପଟେଲ, ପଙ୍କଜ ଦଣ୍ଡସନା, ଜଗଦୀଶ ପର୍ଡିଆ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଥିଲେ । ଶିକ୍ଷକ ସନ୍ଦୀପ କୁମାର ସାହୁ, ଉର୍ବଶୀ ରାଜହଂସ, ଅନୀମା ପଧାନ ସହଯୋଗ କରିଥିଲେ । ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.