centurian jitm

ବୃନ୍ଦାବତୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

nschool

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭବାନୀପାଟଣା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ବୈଜ୍ଞାନିକ ହେବା ପାଇଁ ପରାମର୍ଶ କରିଥିଲେ । ପରିଚାଳନା ସମିତି ସଦସ୍ୟା ରଞ୍ଜିତା ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ଶିଶୁ ବାଟିକାରୁ ୪୦, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରୁ ୫୬, ଚତୁର୍ଥ ଓ ପଞ୍ଚମ ଶିଶୁ ବର୍ଗର ୨୧, ଷଷ୍ଠରୁ ଅଷ୍ଟମ ବାଲ୍ ବର୍ଗରୁ ୧୭ ଗଣିତ ତଥା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା । ଶିଶୁ, ବାଲ୍ ଓ କିଶୋର ବର୍ଗର ସଂସ୍କୃତି ଜ୍ଞାନ, ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ, ପତ୍ରବାଚନ, ପ୍ରୟୋଗ ଆଦି ବିଚାରକ ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପୁରୁଷୋତ୍ତମ ଦାସ ଅଗ୍ରୱାଲ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସ୍ୱାଇଁ ଯୋଗଦେଇ ଶିଶୁ ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହେବାକୁ କହିଥିଲେ । ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଶୋକ କୁମାର ସାହୁଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.