ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି ମିଳିଛି । ଯାତ୍ରା ଜଗତରେ ଥିବା ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳିବ । ତେବେ ଏ ବର୍ଷ ମେଳାରେ ପରିଷ୍କାର, ପରିଚ୍ଛନ୍ନ ଓ ସାନିଟେସନକୁ ଅଧିକ ଗୁରୁତ୍ୱ ଦେଇଛି ବିଏମସି ।

Leave A Reply

Your email address will not be published.